ଦୁଇ ଓଡ଼ିଆ ବିଶ୍ୱ କୁନ୍ ଖେମର୍ ଚ୍ୟାମ୍ପିୟନସିପ୍‌ରେ ପ୍ରତିନିଧିତ୍ୱ କଲେ

ଭୁବନେଶ୍ୱର: ବିଶ୍ୱ କୁନ୍ ଖେମର୍ ଚ୍ୟାମ୍ପିୟନସିପ୍‌ରେ ପ୍ରତିନିଧିତ୍ୱ କଲେ ଦୁଇ ଓଡ଼ିଆ। ହିମାଂଶୁ ଭୂଷଣ ଦାସ ଆନ୍ତର୍ଜାତୀୟ ରେଫେରୀ ଭାବେ ପ୍ରତିନିଧିତ୍ୱ କରିଥିବା ବେଳେ, ଆଦିତ୍ୟ ଗୌରବ ତ୍ରିପାଠୀ ସହାୟକ ପ୍ରଶିକ୍ଷକ ଭାବେ ଚ୍ୟାମ୍ପିୟନସିପ୍‌ରେ ଦାୟିତ୍ୱ ନେଇଥିଲେ। ଗରିମାମୟ ଆନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ଅଧିକାରୀ ଓ କ୍ରୀଡ଼ାବିତଙ୍କ ଉପସ୍ଥିତି ଓ ସଫଳତା ପାରମ୍ପରିକ କ୍ଷେତ୍ରରେ ନୂଆ ଜାଗରଣ ଆଣିଥାଏ। କମ୍ବୋଡିଆ ଜାତୀୟ ଅଲମ୍ପିକ କମିଟି ଦ୍ଵାରା ଆନ୍ତର୍ଜାତୀୟ କୁନ୍ ଖେମର୍ ଫେଡେରେସନ ଦ୍ଵାରା ଷଷ୍ଠ କୁନ୍ ଖେମର୍ ବିଶ୍ୱ ଚ୍ୟାମ୍ପିୟନସିପ୍‌ର ଆୟୋଜନ ହୋଇଥିଲା। ଏଥିରେ ଭାରତର ଅଧିକାରୀ, ପ୍ରଶିକ୍ଷକ ଓ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଥିଲେ। ଏପରିକି ଏହି ଷଷ୍ଠ ଚ୍ୟାମ୍ପିୟନସିପ୍‌ରେ କାମ୍ବୋଡିଆ, ଭାରତ, ଯୁକ୍ତରାଷ୍ଟ୍ର ଆମେରିକାର, ଚୀନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ହଂକଙ୍ଗ, ଭିଏତନାମ୍, ଇଣ୍ଡୋନେସିଆ, ସ୍ପେନ୍, ଫିଲିପିନ୍ସ, ଇରାନ୍, ଆଫଗାନିସ୍ତାନ୍, ମାଲେସିଆ, ଲାଓସ୍, ନେପାଳ ଓ ମୌରିଟାନିଆ ସହିତ ୩୨ ଟି ଦେଶର କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *