ବ୍ରହ୍ମଗିରି : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ସରୋଜିନୀ ତରାଇ ବିଜେଡି ଛାଡି ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।ଗତ ଶୁକ୍ରବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଛି ବିଜେଡି ନେତା ଏବଂ କୃଷ୍ଣପ୍ରସାଦ ବ୍ଲକର ଦୁଇଜଣ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ମିଶି ପାରିନଥିଲେ ସରୋଜିନୀ । ଯାହାକୁ ନେଇ ଆଜି ସରୋଜିନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
Related Posts
ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି
- Mysanket News
- April 8, 2026
- 0
ପୁରୀ: ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ଆସନ୍ତା ୧୩ […]
୩୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର କାରବାରରେ ୩ ଜଣ ଗିରଫ
- Mysanket News
- February 21, 2026
- 0
ଭୁବନେଶ୍ୱର: ଯୁବପୀଢ଼ିଙ୍କୁ ବିଷ ବିକି ରୋଜଗାର କରୁଥିଲେ ପୁଳା ପୁଳା କଳାଟଙ୍କା । ବ୍ରାଉନ ସୁଗାର ବେପାର କରିବା ଅଭିଯୋଗରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୩ ଜଣଙ୍କୁ ଗିରଫ […]
ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ମାରାଥନ’ ଅନୁଷ୍ଠିତ
- Mysanket News
- April 5, 2026
- 0
ଭୁବନେଶ୍ୱର: ‘ଓଡ଼ିଆ ପକ୍ଷ’ ଅବସରରେ ୫ମ ଦିନରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୫ଟା ୩୦ରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର […]
