୩୭୫ ଚୋରି ମୋବାଇଲ ଉଦ୍ଧାର କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ବିଭିନ୍ନ ଅଭିଯାନରେ ଉଦ୍ଧାର ହୋଇଥିବା ୩୭୫ଟି ଚୋରି ମୋବାଇଲ ଫୋନ୍ ଆଜି ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି।ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଠାରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରୁଥିବା ଗ୍ୟାଙ୍ଗର ଏହି ବ୍ୟକ୍ତିକୁ ଆଜି କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ସେ ହେଲା ପଶ୍ଚିମବଙ୍ଗ ମାଲଦା ଜିଲ୍ଲା କାଳିଆଛକ ଥାନା ଅଞ୍ଚଳର ଏମ.ଡି ସାୟେମ୍ ଅଲ୍ଲି (୩୧) । ତା ଠାରୁ ମୋଟ୍ ୧୫୦ଟି ମୋବାଇଲ ଜବତ କରାଯାଇଛି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ସାୟେମକୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପ୍ରୟାସ ଚାଲିଛି । ସୂଚନା ଅନୁଯାଇ, ପୋଲିସ କମିଶନର ଡ. ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ, କମିଶନରେଟ୍ ଅଧୀନ ବିଭିନ୍ନ ଥାନାର ସମନ୍ୱିତ ଚଢ଼ାଉ ବେଳେ ଏହି ମୋବାଇଲଗୁଡ଼ିକ ଉଦ୍ଧାର କରାଯାଇଥିଲା। ସମସ୍ତ ଫୋନର ମାଲିକାନା ଯାଞ୍ଚ ପରେ ସେଗୁଡ଼ିକୁ ଫେରାଇ ଦିଆଯାଉଛି। ଆଜି ପ୍ରାୟ ୧୫୦ ଜଣ ମାଲିକ ନିଜ ମୋବାଇଲ ନେଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଯୋଗାଯୋଗ କରି ଫୋନ ହସ୍ତାନ୍ତର କରାଯିବ।

Leave a Reply

Your email address will not be published. Required fields are marked *