ଭୁବନେଶ୍ୱର: ବହୁଚର୍ଚ୍ଚିତ ସିଏମ୍ଓରୁ ଫାଇଲ ହଜିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି। କମିଶନରେଟ୍ ପୋଲିସ ପକ୍ଷରୁ ପୂର୍ବରୁ ତାଙ୍କୁ ସମନ ଜାରି କରାଯାଇଥିବା ବେଳେ ସେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି । ପଚରାଉଚରା ଶେଷ ହେବା ପରେ ଥାନାରୁ ବାହାରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମନୋଜ ମିଶ୍ର କହିଛନ୍ତି ଯେ, ସେ ପୋଲିସର ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ହଜିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣା ଘଟିବା ସମୟରେ ମୁଁ ଆଇଟି ବିଭାଗର ସଚିବ ଦାୟିତ୍ୱରେ ଥିଲି। ତେଣୁ ସେତେବେଳେ ଅଫିସିଆଲ୍ କାର୍ଯ୍ୟପ୍ରଣାଳୀ କିପରି ରହୁଥିଲା ଏବଂ ଫାଇଲ୍ ଗୁଡ଼ିକର ପରିଚାଳନା କିପରି ହେଉଥିଲା, ସେ ବିଷୟରେ ଜାଣିବା ପାଇଁ ପୋଲିସ ମୋତେ ଡାକିଥିଲା ଏବଂ ପୋଲିସ ମାଗିଥିବା ସମସ୍ତ ତଥ୍ୟ ମୁଁ ପ୍ରଦାନ କରିଛି।” ବୋଲି ସେ କହିଛନ୍ତି। ଫାଇଲ୍ ହଜିବା ଘଟଣାରେ ପୋଲିସ ପୂର୍ବ ସରକାର ସମୟରେ ସିଏମ୍ଓରେ କାର୍ଯ୍ୟରତ ଥିବା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି।
Related Posts
ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ; ଡିଜିଲକର ଓ ଉମଙ୍ଗ ଆପ୍ରେ ଜାଣିପାରିବେ ରେଜଲ୍ଟ
- Mysanket News
- April 15, 2026
- 0
ଭୁବନେଶ୍ୱର: CBSE ଦଶମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍ କରି ପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ ଉପଲବ୍ଧ। […]
ମେୟର ସୁବାସ ସିଂହଙ୍କ ଉପରେ ବର୍ଷିଲେ ସୋଫିଆ
- Mysanket News
- April 17, 2026
- 0
କଟକ: ପ୍ରେସମିଟ କରି କଟକ ମହାନଗର ନିଗମର ଦୁର୍ନୀତି ନେଇ ବର୍ଷିଛନ୍ତି ବିଧାୟକ ସୋଫିଆ ଫିର୍ଦ୍ଦୋଶ । ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦେଖାଇବା ସହ ସିଏମସିକୁ ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି […]
ସ୍ୱାଧୀନତା ଦିବସ ପ୍ରସ୍ତୁତି ବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ଶିକ୍ଷକଙ୍କ ମୃତ୍ୟୁ
- Mysanket News
- August 15, 2026
- 0
ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ପତାକା ଖୁଣ୍ଟ ପୋତିବା ବେଳେ ବିଦ୍ୟୁତ ଆଘାତରେ ଜଣେ କ୍ରୀଡ଼ା […]
