କାର ଭିତରେ ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ବର: ବରଗଡ଼ ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୩୯)ଙ୍କୁ ଗୁଳି କରି ନୃଶଂସ ଭାବେ ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ନିକଟସ୍ଥ ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଛି। ଶୁକ୍ରବାର ସକାଳେ କାରର ଡ୍ରାଇଭର ସିଟ୍‌ରୁ ଅଚ୍ୟୁତାନନ୍ଦଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଅଚ୍ୟୁତାନନ୍ଦଙ୍କ ଛାତିରେ ଗୁଳି ବାଜିଥିବା ବେଳେ କାର୍ ଭିତରୁ ଗୋଟିଏ ବନ୍ଧୁକ ଖୋଖା ଜବତ କରାଯାଇଛି। ଅଚ୍ୟୁତାନନ୍ଦ ନିଜେ କାର୍ ଚଲାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳିମାରି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ହତ୍ୟାକାଣ୍ଡର ସଠିକ୍ କାରଣ ଅସ୍ପଷ୍ଟ ଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *