ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ସ୍କୁଲ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ CBSE ପକ୍ଷରୁ ଆଡଭାଇଜରୀ । ସକାଳ ୧୦ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା । ଛାତ୍ରଛାତ୍ରୀ ଚାହିଁଲେ ଦ୍ଵିତୀୟ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ ଦ୍ଵିତୀୟ ବୋର୍ଡ ଦେଇପାରିବେନି । ପ୍ରଥମ ବୋର୍ଡ଼ ପରୀକ୍ଷା ବାଧ୍ୟତାମୂଳକ ଅଟେ । ପ୍ରଥମ ବୋର୍ଡ଼ରେ ଅତିକମରେ ୩ ଟି ବିଷୟରେ ବା ତା’ଠୁ ଅଧିକ ବିଷୟରେ ପରୀକ୍ଷା ଦେଇଥିଲେ ଦ୍ଵିତୀୟ ବୋର୍ଡ ଦେଇ ପାରିବେ । ଦ୍ଵିତୀୟ ବୋର୍ଡରେ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଲାଙ୍ଗୁଏଜ ବିଷୟରୁ ଯେ କୌଣସି ୩ ଟି ବିଷୟରେ ପରୀକ୍ଷା (ରିପିଟ) ଦେଇପାରିବେ । ସର୍ବାଧିକ ମାର୍କ ହିସାବକୁ ନିଆଯିବ । ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ “ଏସଏନସିଆଲ ରିପିଟ ” ବର୍ଗରେ ରହିବେ । ଫଳରେ ତା ପର ବର୍ଷ ବୋର୍ଡ ଦେବେ ।
Related Posts
ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
- Mysanket News
- April 9, 2026
- 0
ଭୁବନେଶ୍ୱର: କିଛି ଦିନ ତଳେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଥିଲେ । ଏବେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ସସ୍ମିତ ପାତ୍ର […]
ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି; ୨୭ ଜୁଲାଇରୁ ଚଏସ୍ ଲକିଙ୍ଗ
- Mysanket News
- July 27, 2026
- 0
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୨ ଅଗଷ୍ଟ ରାତି ୧୧.୪୫ ଘଟିକା […]
ଓଡ଼ିଶାରେ ଭୋଟର ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଲା
- Mysanket News
- June 16, 2026
- 0
ଭୁବନେଶ୍ୱର: ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ଏବେ ୩.୩୧ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ପୁନଃ ପରୀକ୍ଷଣ ପ୍ରକ୍ରିୟା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପ୍ରକ୍ରିୟାକୁ […]
