ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ସ୍କୁଲ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ CBSE ପକ୍ଷରୁ ଆଡଭାଇଜରୀ । ସକାଳ ୧୦ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା । ଛାତ୍ରଛାତ୍ରୀ ଚାହିଁଲେ ଦ୍ଵିତୀୟ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ ଦ୍ଵିତୀୟ ବୋର୍ଡ ଦେଇପାରିବେନି । ପ୍ରଥମ ବୋର୍ଡ଼ ପରୀକ୍ଷା ବାଧ୍ୟତାମୂଳକ ଅଟେ । ପ୍ରଥମ ବୋର୍ଡ଼ରେ ଅତିକମରେ ୩ ଟି ବିଷୟରେ ବା ତା’ଠୁ ଅଧିକ ବିଷୟରେ ପରୀକ୍ଷା ଦେଇଥିଲେ ଦ୍ଵିତୀୟ ବୋର୍ଡ ଦେଇ ପାରିବେ । ଦ୍ଵିତୀୟ ବୋର୍ଡରେ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଲାଙ୍ଗୁଏଜ ବିଷୟରୁ ଯେ କୌଣସି ୩ ଟି ବିଷୟରେ ପରୀକ୍ଷା (ରିପିଟ) ଦେଇପାରିବେ । ସର୍ବାଧିକ ମାର୍କ ହିସାବକୁ ନିଆଯିବ । ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ “ଏସଏନସିଆଲ ରିପିଟ ” ବର୍ଗରେ ରହିବେ । ଫଳରେ ତା ପର ବର୍ଷ ବୋର୍ଡ ଦେବେ ।
Related Posts
ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ଏବଂ ପଟ୍ଟା ଓ ନକ୍ସାର ସଂଶୋଧନ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି
- Mysanket News
- March 8, 2026
- 0
ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ସଂଶୋଧନ ଆଇନରେ ଉଲ୍ଲିଖିତ ଅଧିକାର ଅନୁଯାୟୀ ରାଜସ୍ୱ ବିଭାଗ ଦ୍ଵାରା ସେଥିରେ ନିର୍ଦ୍ଦିଷ୍ଟ ଥିବା ଜଙ୍ଗଲ ଜମିର ଅନ୍ତିମ ନକ୍ସା ପ୍ରସ୍ତୁତ […]
ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଧରି ପହଞ୍ଚିଲା ଭାଇ
- Mysanket News
- April 28, 2026
- 0
କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ସୋମବାର ଏକ ହୃଦୟବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଡ଼ିଆନାଳି ଗାଁର ଜିତୁ […]
୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
- Mysanket News
- April 3, 2026
- 0
ଭୁବନେଶ୍ୱର:ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ […]
