PMAY ଯୋଜନାରେ ଅନିୟମିତତା ଅଭିଯୋଗ, ନିଲମ୍ବିତ ହେଲେ ADEO

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହିତାଧିକାରୀଙ୍କୁ ଘର ନିର୍ମାଣର ପରବର୍ତ୍ତୀ କିସ୍ତି ଟଙ୍କା ଦେବା ପାଇଁ ପୁରୁଣା ଘରର ଫଟୋକୁ ଏଡିଟ୍ କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଟଖଟିଆ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ। ମିଳିଥିବା ଖବର ଅନୁସାରେ, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ADEO ସରୋଜ କୁମାର ମହାକୁଡ଼ଙ୍କ ବିରୋଧରେ PMAY ଯୋଜନାର କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁଯାୟୀ, ଜଣେ ହିତାଧିକାରୀଙ୍କ ଘର ନିର୍ମାଣ କାମ ଆଗେଇଥିବା ଦର୍ଶାଇବା ପାଇଁ ପୁରୁଣା ଘରର ପରିବର୍ତ୍ତିତ ଫଟୋ ଅପଲୋଡ୍ କରାଯାଇଥିଲା। ଏହା ମାଧ୍ୟମରେ ଆବାସ ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ମଞ୍ଜୁର କରାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ ବୌଦ୍ଧ ଜିଲ୍ଲାପାଳ ଆଜି ସରୋଜ କୁମାର ମହାକୁଡ଼ଙ୍କ ନିଲମ୍ବନ ଆଦେଶ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *