ଭୁବନେଶ୍ୱର: ବଡ଼ଗଡ଼ ଲଷ୍ମୀବିହାର ଫେଜ୨ ସ୍ଥିତ ଶ୍ରୀ ଶ୍ରୀ ତମ୍ପେଶ୍ୱର ମହାଦେବ ମନ୍ଦିରରେ ଆଡମ୍ବର ସହିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜାଗର ଉପଲକ୍ଷେ ତିନି ଧରି ସେଠାରେ ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଜାଗର ର ପୂର୍ଵ ପ୍ରସ୍ତୁତି ଦିନ ସେଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଜାଗର ଦିନ ସେଠାରେ ପ୍ରଜାପିତା ବ୍ରାହ୍ମକୁମାରୀ ଏବଂ ବିଶିଷ୍ଠ କଥା ବାଚକ ଅସିତ ଜେନା ନିଜ ର ଧାର୍ମିକ କଥା, ପ୍ରବଚନ ଦ୍ୱାରା ଭକ୍ତ ବୃନ୍ଦ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ l ଯାହା ସେଠାରେ ଏକ ଦିବ୍ୟ ବାତରଣ ର ଅନୁଭୂତି ସୃଷ୍ଟି କରିଥିଲା l ସେହିପରି ଜାଗର ବାସୀ ଦିନ ଶିଶୁ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୁର୍ତ୍ୟ ପରିବେଷଣ କରଯାଇଥିଲା l

ଚଳିତ ବର୍ଷ ସେଠାରେ ମୁଖ୍ୟ ଆକର୍ଷଣ ସାଜିଥିବା ହର ପାର୍ବତୀ, ଗଣେଶ, କାର୍ତ୍ତିକ ଙ୍କ ମେଢ଼ ଗୁଡିକୁ ସୋମବାର ରାତିରେ ପାରମ୍ପରିକ ବାଦ୍ୟ, ରୋଷଣି ସହିତ ବାଙ୍କୁଆଳ ନିକଟସ୍ଥ ଭାର୍ଗବୀ ନଦୀ ତଟ ରେ ବିସର୍ଜନ କରାଯାଇଥିଲା l ତିନି ଧରି ଚାଲି ଥିବା ଏହି ଧାର୍ମିକ ଅନୁଷ୍ଠାନ ରେ ଶହ ଶହ ଭକ୍ତ ଯୋଗଦାନ କରିଥିଲେ ଏବଂ ଶାନ୍ତି ଶୃଙ୍ଖଳା ର ସହିତ ଏହିଭଳି କାର୍ଯ୍ୟକ୍ରମ ର ଆୟୋଜନ କରିଥିବା ରୁ ମନ୍ଦିର ପରିଚାଳନା କମିଟି ର ସଭାପତି ତଥା ସଦସ୍ୟ ମାନଙ୍କୁ ଅଭିବାଦନ ଜଣାଇଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ମନ୍ଦିର କମିଟିର ସଭାପତି ପ୍ରଦୀପ ମିଶ୍ର, ଲଷ୍ମୀଧର ସାହୁ, ରମାକାନ୍ତ ପାଲ, ରତ୍ନାକର ଚାନ୍ଦ, ରଣଜିତ ଶାହା, ମାନସ ରଞ୍ଜନ ବିଶ୍ୱାଳ ଙ୍କ ସମେତ ଅନ୍ୟ କର୍ମକର୍ତାମାନେ ପରିଚାଳନା କରିଥିଲେ l ସ୍ଥାନୀୟ ବାସିନ୍ଦା ଏହି ଧାର୍ମିକ କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇଥିବାରୁ ସଭାପତି ପ୍ରଦୀପ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସମସ୍ତଙ୍କ ର ମଙ୍ଗଳ କାମନା କରିଛନ୍ତି l
