ବାଂଲାଦେଶରେ BNP ର ଦମଦାର ବିଜୟ:ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! । ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଶେଖ୍ ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ । ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ । ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଐତିହାସିକ ବିଜୟ ହାସଲ କରିଛି ।

ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ବାଂଲାଦେଶ ସଂସଦୀୟ ନିର୍ବାଚନରେ BNPକୁ ଏକ ନିର୍ଣ୍ଣାୟକ ବିଜୟ ହାସଲର ନେତୃତ୍ୱ ନେବା ପାଇଁ ମୁଁ ଶ୍ରୀ ତାରିକ ରହମାନଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଏହି ବିଜୟ ବାଂଲାଦେଶର ଲୋକଙ୍କର ଆପଣଙ୍କ ନେତୃତ୍ୱ ଉପରେ ଥିବା ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ ।”ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ହେବ ବୋଲି କହିଛନ୍ତି ମୋଦି ।

ସୂଚନାନୁଯାୟୀ, ୨୦୨୪ର ଛାତ୍ର ଆନ୍ଦୋଳନ ଏବଂ ଶେଖ ହସିନାଙ୍କ ସରକାର ପତନ ପରେ ଏହା ଥିଲା ଦେଶର ପ୍ରଥମ ବଡ଼ ନିର୍ବାଚନ । ୨୯୯ଟି ଆସନ ମଧ୍ୟରୁ BNP ମେଣ୍ଟ ଡବଲ ସେଞ୍ଚୁରୀ ମାରିଛି । ଏହା ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୫୧ ସଂଖ୍ୟାଠାରୁ ବହୁତ ଅଧିକ । ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଫେରିଥିବା ତାରିକ୍ ରହମାନ ଢାକା-୧୭ ଏବଂ ବୋଗ୍ରା-୬ ଦୁଇଟିଯାକ ଆସନରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି

Leave a Reply

Your email address will not be published. Required fields are marked *