ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚକୁ ନେଇ ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼

ବାଙ୍କୀ: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନାମାଙ୍କନ ପତ୍ର ନାକଚ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦାବିରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବର ବାହାରେ ଧାରଣା ଦେଇଥିଲେ। ଏହାପରେ ପରିସ୍ଥିତିକୁ ସୁଧାରିବା ପାଇଁ ଅଧ୍ୟକ୍ଷ, ଆନ୍ଦୋଳନରତ ଛାତ୍ର ଏବଂ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଆଡମିନ ବ୍ଲକ୍ ନିକଟକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। ଏହି ବୋମାମାଡ଼ରେ କାହାରି କିଛି କ୍ଷତି ବା କେହି ଆହତ ହୋଇନାହିଁ କିନ୍ତୁ ଝରକା କବାଟ ଭାଙ୍ଗିଛି, କାନ୍ଥ ଭୁଶୁଡ଼ିପଡିଛି।ପୋଲିସ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *