ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗିରି ରୋଡ ଅଞ୍ଚଳର ଜନଗହଳିପୂର୍ଣ୍ଣ ରାସ୍ତାରେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ କରିବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଓରଫ୍ ମୁକ୍ତେଶକୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ମୁକେଶକୁ MKCG ମାଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଗତ ସୋମବାର (୧୮ ମେ’) ରାତି ପ୍ରାୟ ୮.୩୦ ସମୟରେ ଗିରି ରୋଡ୍ ନିକଟରେ ଉମେଶ ରଥ ଏବଂ ତାଙ୍କ ବାନ୍ଧବୀଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ଉମେଶଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ପାଞ୍ଚ ଜଣ ବ୍ୟକ୍ତି ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଘେରି ଯାଇଥିଲେ ଏବଂ ବାଉଁଶ ଲାଠିରେ ମାଡ଼ ମାରିଥିଲେ । ଆକ୍ରମଣରେ ଉମେଶଙ୍କ ଗୋଡ ଭାଙ୍ଗି ଯାଇଥିଲା । ସେପଟେ ବାନ୍ଧବୀ ଜଣଙ୍କ ଉମେଶଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ଆହତ ହୋଇଥିଲେ । ଉଭୟେ MKCG ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ମଙ୍ଗଳବାର ଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫମାନେ ହେଉଛନ୍ତି ଗଜପତି ନଗର ଚତୁର୍ଥ ଲେନର ରାଜ ମାଲହୋତ୍ରା ଓ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଷଷ୍ଠ ଲେନର ଲିଙ୍ଗରାଜ ସାମଲ ଓରଫ ରିଙ୍କୁ । ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଫେରାର ଥିଲା । ଗତକାଲି (ବୁଧବାର) ବିଳମ୍ବିତରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ମୁକ୍ତେଶ ଖସିଯିବାକୁ ଚେଷ୍ଚା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ଦୁଇ ଆଣ୍ଠୁରେ ଗୁଳି ବାଜିଛି । ଅଭିଯୁକ୍ତକୁ ତୁରନ୍ତ ଚିକିତ୍ସା ପାଇଁ MKCG ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
Related Posts
ରତ୍ନଭଣ୍ଡାର ଗଣତି ମଣତି ସମୟରେ ରହିବେ ଦୁଇଟିି ଟିମ: ମୁଖ୍ୟ ପ୍ରଶାସକ
- Mysanket News
- February 24, 2026
- 0
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ। ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ହସ୍ତଗତ ହୋଇଛି […]
ହିଟ୍ ୱେଭ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ
- Mysanket News
- March 2, 2026
- 0
ଭୁବନେଶ୍ୱର: ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଖେଳକୁଦ […]
ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଯାଉଥିବା ବେଳେ ବଜ୍ରପାତରେ ବାପାଙ୍କ ମୃତ୍ୟୁ
- Mysanket News
- April 6, 2026
- 0
ସମ୍ବଲପୁର: କାଳବୈଶାଖୀର ପ୍ରଭାବରେ ଯୁଯୁମୁରା ବାଣିଝରଣ ଠାରେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତ ର ବାହାଘର ଯୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା । ଆସନ୍ତା […]
