କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ବିହାରର ଜଣାଶୁଣା ଶିକ୍ଷକ ଖାନ୍ ସାର୍ ଓରଫ୍ ଫୈଜଲ୍ ଖାନଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ରାଜଧାନୀ ପାଟନାର ମୁସାଲ୍ଲାହପୁର ହାଟ ନିକଟରେ ଥିବା ଏହି କୋଚିଂ ସେଣ୍ଟର ବାହାରେ କିଛି ଦୁର୍ବୃତ୍ତ ପ୍ରାୟ ୮ ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିବା ନେଇ ଖାନ୍ ସାର୍ ନିଜେ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ସଂଘର୍ଷରେ ଦୁର୍ବୃତ୍ତମାନେ ସେଣ୍ଟରର ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଂଘାତିକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ୟବସାୟିକ ଶତ୍ରୁତା ଯୋଗୁଁ କୌଣସି ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟର ଏଭଳି କାଣ୍ଡ ଭିଆଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

 

Leave a Reply

Your email address will not be published. Required fields are marked *