ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା

ଭୁବନେଶ୍ୱର: ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଆସନ୍ତା ଦୂର୍ଗା ପୂଜା ପରେ ଗଣତି ମଣତି ଦୀର୍ଘ ସମୟ ଧରି ଚାଲିବ ଓ ମାର୍ଗଶିର ମାସ ପୂର୍ବରୁ ଗଣତି ମଣତି ଶେଷ ହେବ । ସମ୍ପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ ୧୯୭୮ ମସିହା ଅନୁସାରେ ତାଲିକା ପ୍ରସ୍ତୁତ କରାଯିବ। ହେଲେ ଏହି ତାଲିକା ପବ୍ଲିକ ଡୋମେନରେ ଉପଲବଧ୍ ହେବ ନାହିଁ। ରତ୍ନଭଣ୍ଡାର ଗଣତି ମଣତି ତାଲିକା ରିଲ୍ସ ନୁହେଁ ବରଂ ଏହା ମଧ୍ୟ ଗୁପ୍ତ ସେବା ସେଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ ସାର୍ବଜନୀନ ହେବ ନାହିଁ l ସୂଚନାଥାଉକି, ଅଗଷ୍ଟ ୩୧ରୁ ପୁଣି ଆରମ୍ଭ ହୋଇଥିବା ଭିତର ରତ୍ନଭଣ୍ଡାରର ଗଣତିରେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ୧୯୭୮ ମସିହାର ତାଲିକା ସହ ମେଳ ଖାଉଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ଅନୁସାରେ ସମଗ୍ର ଗଣତି ପ୍ରକ୍ରିୟା ଚାଲିଛି। CCTV ନଜରରେ ରଖାଯାଇଥିବା ସହ ଅଧିକାରୀ, ମାଜିଷ୍ଟ୍ରେଟ୍ ଓ ଅନୁମୋଦିତ ବ୍ୟକ୍ତିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବା ସହିତ ଏହାର ଫଟୋ ଓ ଭିଡିଓ ଡକ୍ୟୁମେଣ୍ଟେସନ୍ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *