ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ମାମଲାରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ଦଳ ପକ୍ଷରୁ ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି ୮ ଜଣ ବିଧାୟକ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଦଳୀୟ ନିଷ୍ପତ୍ତି ବିରୋଧରେ କ୍ରସଭୋଟିଂ କରିଥିବାରୁ ସେମାନଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ବିଜେଡି ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା। ତେବେ ବାଚସ୍ପତି କେତେକ ବୈଷୟିକ କାରଣ ଦର୍ଶାଇ ଏହି ପିଟିସନକୁ ଖାରଜ କରିଦେଇଥିଲେ। ବାଚସ୍ପତିଙ୍କ ଏହି ରୁଲିଂ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଆଶ୍ରୟ ନେଇଥିବା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *